କୋରାପୁଟ: କୋରାପୁଟ ଜିଲ୍ଲାରେ କରୋନା ସଂକ୍ରମଣ ବଢି ଚାଲିଥିଲାବେଳେ ଏହାକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ଆଜିଠାରୁ ଦୁଇଦିନ ପାଇଁ ସମଗ୍ର ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି। ଫଳରେ, ଶୁକ୍ରବାର ଓ ଶନିବାର ସଟଡାଉନ୍ ରହିବ କୋରାପୁଟ। ଆଜି ମଧ୍ୟରାତ୍ରରୁ ୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସାରା ଜିଲ୍ଳାରେ ସଟଡାଉନ୍ ବଳବତ୍ତର ରହିବ। କେବଳ ମାତ୍ର ଜରୁରୀ ସେବାକୁ ବାଦ ଦେଲେ ଆଉ ସବୁ କିଛି ବନ୍ଦ ରହିବ।
ଅନ୍ୟପକ୍ଷରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଓପିଡିକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ମେଡିକାଲର ଷ୍ଟାଫ ନର୍ସ ଓ ସୁରକ୍ଷା କର୍ମୀ କରୋନା ପଜିଟିଭ ରୂପେ ଚିହ୍ନଟ ହେବାପରେ ଏପରି ପଦଷକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। କେବେଳ ମାତ୍ର ଜରୁରୀକାଳୀନ ବିଭାଗରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯିବ। ତେବେ, ମେଡିକାଲର ଜେନେରାଲ, ପେଡିଆଟ୍ରିକ ଓ ଲେବର ରୁମ ଖୋଲାରହିବ ବୋଲି ମେଡିକାଲ କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ସଟଡାଉନ କାଳରେ ଜରୁରୀ କାମ ନ ଥିଲେ ଘରୁ ବାହାରିବା ପାଇଁ ସମସ୍ତଙ୍କୁ ବାରଣ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଜିଲ୍ଳାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ଶହ ପାଖାପାଖି ପହଞ୍ଚିଲାଣି। ଗତ ୩ ଦିନ ଅଧିକ ସଂକ୍ରମିତ ଚିହ୍ନଟ ହେଲା ପରେ ଆଜି ମଧ୍ୟରାତ୍ରିରୁ ସମଗ୍ର ଜିଲ୍ଲାକୁ ସଟଡାଉନ୍ କରାଯିବ ବୋଲି ପ୍ରଶାସନ ଆଜି ନିଷ୍ପତ୍ତି ନେଇଛି। ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
କୋରାପୁଟ ଜିଲ୍ଲାରେ ୨ଦିନ ପାଇଁ ସଟ୍ଟାଉନ ଘୋଷଣା; ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓପିଡି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ
/sambad/media/post_attachments/wp-content/uploads/2020/07/Koraput.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)