ରାଉରକେଲା: ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ଦୁଇଦିନିଆ ‘ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା’ ସଂପର୍କିତ କର୍ମଶାଳା ଉଦ୍‌ଯାପିତ ହୋଇଛି। ସ୍ବତନ୍ତ୍ର ବକ୍ତା ଏନ୍‌ଆଇଟି ୱାରାଙ୍ଗଲର ନିର୍ଦ୍ଦେଶକ ବିଦ୍ୟାଧର ସୁବୁଦ୍ଧି, ଏନ୍‌ଆଇଟି ମଣିପୁର ନିର୍ଦ୍ଦେଶକ ପ୍ରଫେସର ଗୌତମ ସୂତ୍ରଧର, ଏନ୍‌ଆଇଟି ସୂରତକଲର ପ୍ରଫେସର ଶ୍ରୀପଥି ଆଚାର୍ଯ୍ୟ, ପ୍ରଫେସର ଆଇ. ନନ୍ଦଗିରି, ଆଇଆଇଟି ହାଇଦ୍ରାବାଦର ନିର୍ଦ୍ଦେଶକ ପ୍ରଫେସର ବି.ଏସ. ମୂର୍ତ୍ତି, ଆଇଆଇଟି ଖଡ଼ଗପୁରର ପ୍ରଫେସର ଜି.ପି. ରାଜଶେଖର, ଏନ୍‌ଆଇଟି ୱାରାଙ୍ଗଲର ପ୍ରଫେସର କେ.ଭି. ଜୟକୁମାର, ଆଇଆଇଟି ମାଡ୍ରାସର ପ୍ରଫେସର ଅରୁଣ କେ. ଟାଙ୍ଗିରାଲା ପ୍ରମୁଖ ଜାତୀୟଶିକ୍ଷା ନୀତି ଉପରେ ବିସ୍ତୃତ ଆଲୋକପାତ କରିଥିଲେ।

Advertisment

ସ୍ନାତକ ସ୍ତରରୁ ଅନୁସନ୍ଧାନ, ଗବେଷଣା ଶିକ୍ଷା ଦିଆଯାଉ। ଛାତ୍ରଛାତ୍ରୀ ଜବୀନରନ ପ୍ରକୃତ ସମସ୍ୟା, ତା’ର ସମାଧାନ ବାଟ ଆଦି ବିଷୟରେ ଅବଗତ ହୋଇପାରିବେ। ଉନ୍ନତ ଭାରତ ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀ ଦେଶର ଉପାନ୍ତ ଅଞ୍ଚଳରେ ଥିବା ଜନସାଧାରଣଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟାର ସମାଧାନ କରନ୍ତୁ। ସେମାନେ କିଭଳି ସବୁ ଦିଗରୁ ଉପକୃତ ହେବେ, ତା’ର ବ୍ୟବସ୍ଥା ହେଉ। ଉଚ୍ଚ ଶିକ୍ଷାରେ ନାମ ଲେଖା ହାର ବୃଦ୍ଧି କରାଯିବାର ଆବଶ୍ୟକତା ଉପରେ ବକ୍ତାମାନେ କହିଥିଲେ। ଅଧ୍ୟକ୍ଷତା ସମ୍ଭାଷଣରେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ ଦେଶରେ ଫଳାଫଳ ଭିତ୍ତିକ ଏବଂ ଛାତ୍ର କେନ୍ଦ୍ରିକ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ନୂତନ ଶିକ୍ଷାନୀତି ଗବେଷଣା ଓ ନବସୃଜନ ଉପରେ ଅଧିକ ଧ୍ୟାନ ଦେଉଛି; ଯଦ୍ବାରା ଛାତ୍ରସମାଜ ବହୁମାତ୍ରାରେ ଉପକୃତ ହେବେବୋଲି କହିଥିଲେ।

publive-image

ଏହିଅବସରରେ ଅନୁଷ୍ଠିତ ସ୍ବତନ୍ତ୍ର ଅଧିବେଶନରେ ଦେଶର ବିଭିନ୍ନ ଆଇଆଇଟି, ଏନଆଇଟିର ନିର୍ଦ୍ଦେଶକ, ପ୍ରଫେସର ଯୋଗଦେଇ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଏନ୍‌ଇପିର ଅଧ୍ୟକ୍ଷ ପ୍ରଫେସର ସରୋଜ ପଟେଲ, ପ୍ରଫେସର ଏସ୍ ଚକ୍ରବର୍ତ୍ତୀ, ଡିନ୍(ଏକାଡେମିକ୍) ପ୍ରଫେସର ସୁସ୍ମିତା ମିଶ୍ର, ପ୍ରଫେସର ମୁକେଶ ଗୁପ୍ତା, ପ୍ରଫେସର ଜେ.ପି. କର, ପ୍ରଫେସର ସମିତ ଆରି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଭାରପ୍ରାପ୍ତ କୁଳସଚିବ ବାମଦେବ ଆଚାର୍ଯ୍ୟ, ପ୍ରଫେସର ମନୀଷ ଓକାଡ଼େ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।