ଦୁଇ ଦିନ ବ୍ୟାଙ୍କ ଛୁଟି

ଭୁବନେଶ୍ୱର : ଇଦ୍-ମିଲାଦ୍ ଓ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଦୁଇ ଦିନ ବ୍ୟାଙ୍କ ଛୁଟି ରହିବ। ସୋମବାର ଦିନ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାରେ ଅକ୍ଟୋବର ୧୯ (ମଙ୍ଗଳବାର) ଓ ୨୦ (ବୁଧବାର) ବ୍ୟାଙ୍କ ଓ ବ୍ୟାଙ୍କ ସେବା ପ୍ରଦାନ କରୁଥିବା ଆର୍ଥିକ ସଂସ୍ଥାଗୁଡ଼ିକ ବନ୍ଦ ରହିବ।

ସମ୍ବନ୍ଧିତ ଖବର