କଟକ: ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ଆଗାମୀ ୨ ଦିନ ଯାଏଁ ହାଇକୋର୍ଟ ବନ୍ଦ ରହିବ। ହାଇକୋର୍ଟ ବନ୍ଦ ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କଟକ ବାର ଆସୋସିଏସନ୍ ଏବଂ କ୍ରିମିନାଲ କୋର୍ଟ ବାର ଆସୋସିଏନ ପକ୍ଷରୁ ଅନୁରୋଧ କରାଯାଇଥିଲା। ବାର୍ ଆସୋସିଏସନର ଅନୁରୋଧ କ୍ରମେ ହାଇକୋର୍ଟ ୨ ଦିନ ଯଥାକ୍ରମେ ମେ’ ୨ ଓ ୩ ତାରିଖ ଛୁଟି ରହୁଥିବା ଜଣାପଡ଼ିଛି।
ଫନି ପାଇଁ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ
/sambad/media/post_attachments/wp-content/uploads/2019/04/Odisha-High-Court-3.jpg)