ପୁରୀ: ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଟିମ ଦ୍ବାରା ଗିରଫ ହୋଇଥିବା ୨ ଅଭିଯୁକ୍ତ ଦୁଇ ଦିନିଆ ରିମାଣ୍ଡରେ ଯାଇଛନ୍ତି। କ୍ରାଇମ୍ବ୍ରାଞ୍ଚକୁ ୨ ଗିରଫ ଅଭିଯୁକ୍ତ ଜଗନ୍ନାଥ ଷଡଙ୍ଗୀ ଓ ଅଶୋକ ଉପାଧ୍ୟାୟଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଥିଲା। କ୍ରାଇମ୍ବ୍ରାଞ୍ଚ ଉଭୟଙ୍କୁ ଶନିବାର ଠାରୁ ୨ ଦିନିଆ ରିମାଣ୍ଡରେ ନେଇଛି। ରିମାଣ୍ଡ ଅବଧି ରବିବାର ଶେଷ ହେବାକୁ ଥିବା ବେଳେ ପଚରାଉଚରା ସମୟରେ କ୍ରାଇମବ୍ରାଞ୍ଚକୁ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ କ୍ରାଉମବ୍ରାଞ୍ଚ ଉଭୟ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ପ୍ରଧାନଙ୍କୁ ଗତକାଲି ଗିରଫ କରି କୋର୍ଟଚାଲାଣ କରିଥିଲା। ଏଥି ସହିତ ଅଧିକ ପଚରାଉଚରା କରିବା ପାଇଁ କୋର୍ଟରେ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଥିବା ସୂଚନା। ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଡିଏସ୍ପି ଗଣମାଧ୍ୟମକୁ କହିଥିଲେ ଯେ, ଘଟଣାର ତଦନ୍ତ ସନ୍ଧାନୀ କୁକୁର, ଫାୟାର ସ୍କ୍ବାର୍ଡ ଜରିଆରେ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧ ୫ ଜଣଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି। ପରିବାର ଲୋକଙ୍କର ବୟାନ ରେକର୍ଡ କରାଯାଇଛି।