୨ ଦିନ ପାଇଁ ବନ୍ଦ ରହିବ ଉଚ୍ଛେଦ କାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଜାରି ଥିବା ଉଚ୍ଛେଦ କାର୍ଯ୍ୟ ଆଗାମୀ ୨ ଦିନ ପାଇଁ ବନ୍ଦ ରହିବ ବୋଲି ଜଣାପଡ଼ିଛି। ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଶନିବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। ପୁରୀ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଭିଡ ଦୃଷ୍ଟିରୁ ରବିବାର ଓ ସୋମବାର (ଗଣେଶ ପୂଜା) ପାଇଁ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଉଚ୍ଛେଦ କାର୍ଯ୍ୟ ମଙ୍ଗଳବାର ଠାରୁ ପୁଣି ଜାରି ରହିବ। ସୂଚନାଯୋଗ୍ୟ ପୁରୀରେ ଏବେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ତୃତୀୟ ଦିନରେ ବହୁ ବଡ଼ ବଡ଼ କୋଠା ମାଟିରେ ମିଶି ସାରିଛି। ଐତିହାସିକ ଏମାର ମଠ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ।

ଏମାର ମଠ ଛାଡିବାକୁ ମହନ୍ତ ରାଜି ହେଉ ନାହାନ୍ତି।| ମଠ ଭିତରେ ମହନ୍ତ ବସିରହିଥିବା ବେଳେ ପ୍ରଶାସନ ପକ୍ଷରୁ ବୁଝାସୁଝା ଜାରି ରହିଛି | ତେବେ ମଠ ଭିତରେ ମହନ୍ତ ଥିବାରୁ ଆଜି ମେସିନରେ ଉଛେଦ କରାଯାଇନାହିଁ | ଶ୍ରମିକଙ୍କ ସହାୟତାରେ ମଠ ଭଙ୍ଗା ଯାଇଛି | ତେବେ ଏମାର ମଠ ଛାଡିବାକୁ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କୁ ଭେଟି ଆଜି ପ୍ରଶାସନ ପକ୍ଷରୁ ପୁରୀ ଉପଜିଲ୍ଲାପାଳ ଭବତାରଣା ସାହୁ ଆଲୋଚନା କରି ବୁଝାସୁଝା କରିଥିଲେ । କିନ୍ତୁ ମହନ୍ତ କୌଣସି ପରିସ୍ଥିତିରେ ବି ଛାଡ଼ିବେନି ବୋଲି ମହନ୍ତ ରୋକଠୋକ କହିଦେଇଛନ୍ତି |

ସମ୍ବନ୍ଧିତ ଖବର