ନବରଙ୍ଗପୁର: ଆମ୍ବ ଟାକୁଆ ପିଠା ଖାଇ ୨ ମୃତ, ୨ ଗୁରୁତର

ନବରଙ୍ଗପୁର: ଖାଦ୍ୟ ସୁରକ୍ଷା ନେଇ ଜାତୀୟସ୍ତରରେ , ରାଜ୍ୟ ସ୍ତରରେ ବିଭିନ୍ନ ଯୋଜନା ହେଉଛି। ଖାଦ୍ୟ ଅଭାବରେ କାହାରିକୁ ମରିବାକୁ ଦିଆଯିବ ନାହିଁ ବୋଲି ଜାତୀୟ ଖାଦ୍ୟ ସୁରକ୍ଷା ଅେଇନ ହୋଇଛି। ସେହପରି ରାଜ୍ୟ ସରକାର ମଧ୍ୟ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ଏବେ ବି ନବରଙ୍ଗପୁର ପରି ଜିଲ୍ଲାରେ ଲୋକେ ଆମ୍ବ ଟାକୁଆ ଖାଉଛନ୍ତି। ଏହାକୁ ଖାଇ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଆର୍ଥିକ ଅନଟନ ହେଉ ଅବ ସଚେନତାର ଅଭାବ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ରେ ଆମ୍ବ ଟାକୁଆ ଖାଇ ଭାଉଜ, ନଣନ୍ଦଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଓ ଯାଆ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ର ଗୁରୁସିଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଇନାପୁର ଗାଁର ଅର୍ଜୁନ ସଆନ୍ତାଙ୍କ ପରିବାର। ଗତକାଲି ସକାଳେ ଆମ୍ବ ଟାକୁଆରୁ କୋଇଲି କାଢ଼ି ଏହାକୁ ପିଠା କରି ଅଜୁନ ସାଆନ୍ତାଙ୍କ ସ୍ତ୍ରୀ ସୁଧାକଣି ସାଆନ୍ତା(୩୦ ବର୍ଷ), ୬ ବର୍ଷର ପୁଅ, ଅର୍ଜୁନଙ୍କ ସାନ ଭଉଣୀ ନମିତା ସାଆନ୍ତା( ୧୪ ବର୍ଷ), ଅର୍ଜୁନଙ୍କ ସାନଭାଇଙ୍କ ପତ୍ନୀ ପ୍ରମିଳା ସାଆନ୍ତା(୨୩ ବର୍ଷ) ଖାଇଥିଲେ। ତେବେ ଏହ ଖାଇବା ପରେ ସନ୍ଧ୍ୟା ବେଳକୁ ୪ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ରାତି ଦୁଇଟା ବେଳେ ପ୍ରଥମେ ନମିତାଙ୍କର ମୃତ୍ୟୁ ଘଟିଥିଲା। ପରେ ପରେ ସୁଧାମଣିଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଆମ୍ବ ଟାକୁଆ କୋଇଲିରୁ ପ୍ରସ୍ତୁତ ପିଠା ଖାଇଥିବା ଅନ୍ୟ ଦୁଇଜଣ ଯଥା ଅର୍ଜୁନଙ୍କ ୬ ବର୍ଷର ପୁଅ ଓ ପ୍ରମିଳାଙ୍କୁ ଧରି ଝରିଖାଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାକୁ ଅସୁସ୍ଥଦ୍ୱୟଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛ

ସମ୍ବନ୍ଧିତ ଖବର