ରାଉରକେଲା : ରାଉରକେଲାରୁ ବିହାର ଗୟା ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ‘ତିରୁପତି ବାଲାଜି’ ଆଜି ଭୋର ସମୟରେ ଝାଡ଼ଖଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ନିୟନ୍ତ୍ରଣ ହରାଇ ଗୁମଲା-ସିମ୍ଡେଗା ଜାତୀୟ ରାଜପଥ କେଉଁଦଟୋଲି ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଛି। ଘଟଣାସ୍ଥଳରେ ବସ୍ କ୍ୟାବିନ୍ରେ ବସିଥିବା ମା’ ଓ ଝିଅଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତ ମା’ ଝିଅ ହେଲେ ରାଉରକେଲା ଜଗଦା ଅଞ୍ଚଳର ସଏଦା ଖାତୁନ (୬୫) ଓ ତାଙ୍କ ଝିଅ ଜାଏଦା ଖାତୁନ୍। ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍ ଓ ଟ୍ରକକୁ ଜବତ କରି ତଦନ୍ତ ଚଳାଇଛି। ବସ୍ ତିରୁପତି ବାଲାଜି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ରାଉରକେଲାରୁ ବିହାରର ଗୟା ଯାଉଥିଲା।
ଝାଡ଼ଖଣ୍ଡରେ ରାଉରକେଲା ବସ୍ ଦୁର୍ଘଟଣାଗ୍ରସ୍ତ, ମା’ଓ ଝିଅ ମୃତ, ୨୦ ଆହତ
/sambad/media/post_attachments/wp-content/uploads/2019/06/Rkl-Accident-jharkhand-2.jpg)