ଏମିତି ବି ମୃତ୍ୟୁ ଆସେ! ଶୌଚ ଯିବା ବାଟରେ ବାଇକ୍‌ ଧକ୍କା:୨ ମୃତ, ୩ ଗୁରୁତର

ପାଇକମାଳ :  ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଲଉଡମାଲ ନିକଟସ୍ଥ ରାଇସ ମିଲ୍ ପାଖ ପୋଲ ନିକଟରେ ୨ ଜଣ ବ୍ୟକ୍ତି ଶୌଚ ସାରି ଫେରିବା ବାଟରେ ରାସ୍ତା ପାର ହେଉଥିବାବେଳେ ଦ୍ରୁତଗତିରେ ଆସୁଥିବା ଏକ ବାଇକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ବାଇକ୍‌ର ୩ ଜଣ ଆରୋହୀ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩  ଜଣ ଗୁରୁତର ଆହତ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାର ଖଲଗାଁର ଲୋଚନ ସାହୁ ଓ ରଞ୍ଜିତ ଦେହୁରୀ ଶୌଚ ପାଇଁ ଯାଇ ଫେରୁଥିବାବେଳେ ବରୁତୁଣ୍ଡାରୁ ଭୋଜିଖାଇ ଏକ ବାଇକ୍‌ରେ ବୁଟ୍ରାଖମାର ତ୍ରିଦେବ ମାଝୀ, ଜୟାନନ୍ଦ କଲାରୀ ଓ ବିଜାଢୋଲର ଜୟଦେବ ବାରିକ ଆସୁଥିବା ବେଳେ ସେମାନଙ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଲୋଚନ ସାହୁ ଓ ତ୍ରିଦେବ ମାଝୀ ମୃତ୍ୟୁ ହୋଇଥିଲା। ଆହତ ୩ ଜଣଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ପଠାଯାଇଛି । ପାଇକମାଳ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧିତ ଖବର