ଭଞ୍ଜନଗର : ଦୁଇ ବାଇକ୍ ମୁହାଁମୁହିଁ, ୨ ମୃତ, ୩ ଆହତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ କାଠଚିରା ଗ୍ରାମ ଛକରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ୨ ଜଣ ହେଲେ ନୟାଗଡ଼ ଜିଲ୍ଲା କୋଟିବାଡି ଗ୍ରାମର ସୁବାସିନୀ ବେହେରା (୬୧) ଏବଂ ତାରସିଂ ଥାନା ଗାଲେରି ଗ୍ରାମର ବବ୍ରୁ ନାୟକ (୨୪)। ସେହିପରି ବାଇକ୍‌ରେ ବସିଥିବା ସୁବାସିନୀଙ୍କ ପୁଅ ତୀର୍ଥ (୨୩) ଏବଂ ଜିଲୁଣ୍ଡି ଗ୍ରାମର ଜୁନିଆ ନାୟକ (୨୫) ଓ କଇଣ୍ଡି ଗ୍ରାମର ନୀଳାଞ୍ଚଳ ନାୟକ (୨୧) ଗୁରୁତର ଅବସ୍ଥାରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା କୋଟିବାଡ଼ି ଗ୍ରାମର ବଙ୍ଗାଲି ବେହେରାଙ୍କ ପତ୍ନୀ ସୁବାସିନୀ ଏବଂ ତାଙ୍କ ପୁଅ ତୀର୍ଥ ଏକ ବାଇକ୍‌ରେ ତାରସିଂ ଥାନା ପଥରାପଲ୍ଲୀ ଗ୍ରାମକୁ ଆସି ଅପରାହ୍‌ଣ ସାଢ଼େ ୪ଟାରେ ଘରକୁ ପେରୁଥିଲେ। ଏହି ସମୟରେ ସାମ୍ନା ପଟୁ ଆସୁଥିବା ଗାଲେରି ଗ୍ରାମର ବବ୍ରୁ ନାୟକ, ଜୁନିଆ ଓ ନୀଳାଞ୍ଚଳଙ୍କ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ସମ୍ବନ୍ଧିତ ଖବର