ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ତରା-ବାର୍ହାଟିପୁରା ରାସ୍ତାର ନାକଝରିଠାରେ ଏକ ଟାଟାଏସି ଗାଡ଼ି ବରଗଛରେ ପିଟି ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଝାଡ଼ଖଣ୍ଡ ଜାମୁନଗରର ସୟଦ ଖାଁ (୪୨) ଓ ନିକଟସ୍ଥ ବୀଣାଝରି ଗ୍ରାମର ଅଭିମନ୍ୟୁ ପାତ୍ର (୫୩)।
ସୂଚନା ଅନୁସାରେ ଘଟଗାଁ ଅଞ୍ଚଳର ଆଇସକ୍ରିମ୍ ବ୍ୟବସାୟୀ ସୁଦାମ ଚରଣ ଜେନା ନିଜ କର୍ମଚାରୀଙ୍କୁ ନେଇ କାଳିମାଟି ଡ୍ୟାମ୍କୁ ଭୋଜି କରିବାକୁ ଯାଇଥିଲେ। ଅପରାହ୍ଣରେ ଭୋଜି ସାରି ଘଟଗାଁ ଫେରୁଥିବା ବେଳେ ତରା-ବାର୍ହାଟିପୁରା ରାସ୍ତାରେ ଭାରସାମ୍ୟ ହରାଇ ଟାଟାଏସି ଗାଡ଼ିଟି ରାସ୍ତାକଡ଼ରେ ଏକ ବରଗଛରେ ଧକ୍କା ହେଇଥିଲା। ଘଟଣାସ୍ଥଳରେ ସୟଦ ଓ ଅଭିମନ୍ୟୁଙ୍କ ମୃତ୍ୟୁ ଘଟିଥିଲା। ଗୁରୁତରମାନେ ହେଲେ ଭଦ୍ରକର ରଂଜନ ନାଥ (୪୫), ଶଙ୍ଖଣାର ରାହୁଲ ନାଏକ (୩୦), ମୁକୁନ୍ଦପୁରପାଟଣାର ରୁଦ୍ର ନାଏକ (୨୪), ତୀର୍ଥ ନାଏକ, ଟିକୁ କୁମାର, ରୁଦ୍ର ପଲେଇ ଓ ସୁଦାମ ଚରଣ ଜେନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/8226144c-4c07-4ba7-8488-aeb47deaef17.jpeg)