ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦୁଇଟି ସ୍ଥାନରୁ ଆଜି ଗୋଟିଏ ନରକଙ୍କାଳ ଠାବ ହୋଇଥିବା ବେଳେ ଏକ ଅଜଣା ମୃତଦେହ ମିଳିଛି। ହିଂଜିଳିକାଟୁ ଥାନା ଅନ୍ତର୍ଗତ ମହୁଲପଲ୍ଲୀ ଗାଁ ପଡ଼ିଆରୁ ନରକଙ୍କାଳ ଠାବ ହୋଇଛି। ନର କଙ୍କାଳଟି କୌଣସି ପୁରୁଷର ବୋଲି ଅନୁମାନ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ନରକଙ୍କାଳଟି କାହାର ଓ କେତେ ଦିନ ଧରି ଏଠାରେ ପଡି ରହିଛି ତାହା ସ୍ପଷ୍ଟ ହୋଇନି। ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ପଚରାଉଚରା କରୁଛି ପୁଲିସ। ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ କରୁଛି।
ଏଣେ ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗ୍ରାମ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତ ଦେହ ପଡ଼ିଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତକର ନାମ ଅନିଲ ନାୟକ (୨୦)। ଘଟଣାସ୍ଥଳରେ ପୁଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଗୋଟିଏ ନରକଙ୍କାଳ ଓ ଏକ ଅଜଣା ମୃତଦେହ ଠାବ: ଘଟଣାସ୍ଥଳରେ ପୁଲିସର ତଦନ୍ତ
/sambad/media/post_attachments/wp-content/uploads/2023/09/download-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)