ଖୁଣ୍ଟୁଣୀ: କଟକ ଜିଲ୍ଲା ଖୁଣ୍ଟୁଣୀ ବନାଞ୍ଚଳ ତଥା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତ ଭଗୁଆ ଗ୍ରାମ ସନ୍ନିକଟ ରାଣୀବନ୍ଧ ସଂରକ୍ଷିତ ଜଙ୍ଗଲରୁ ଦୁଇ ଜଣ ଅଚିହ୍ନା ଯୁବକ ଯୁବତୀଙ୍କ ଗଳିତ ମୃତଦେହ ଠାବ। ଘଟଣାରୁ ପ୍ରକାଶ ଯେ ସ୍ଥାନୀୟ ଆଞ୍ଚରେ ଲୋକମାନେ ଜଙ୍ଗଲକୁ ପତ୍ର ସଙ୍ଗେ କରିବାକୁ ଯାଇଥିବା ବେଳେ ଏକ ଗଛ ମୂଳେ ଦୁଇ ଜଣ ଯୁବକ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଗୁରୁଡ଼ିଝାଟିଆ ଆଇ ଆଇସି ରଞ୍ଜନ ପ୍ରଧାନ ପହଞ୍ଚି ଦୁଇଟି ମୃତଦେହକୁ ଜବତ କରିବା ସହ ପାଖରେ ପଡ଼ିଥିବା ସେମାନଙ୍କର ଦୁଇଟି ମୋବାଇଲ ଏବଂ କିଛି ମଦ ବୋତଲ ଏବଂ ବିଷ ବୋତଲ ଜବତ କରିଥିବା ଜଣାପଡିଛି। ସାଇଣ୍ଟି ଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିବା ସହ ମୃତ୍ୟୁର କାରଣ ଏବଂ ମୃତକଙ୍କ ପରିଚୟ ପାଇଁ ଅଧିକ ତଦନ୍ତ ଜାରି ରଖିଛି।
କଟକ ରାଣୀବନ୍ଧ ସଂରକ୍ଷିତ ଜଙ୍ଗଲରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2022/06/dead-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)