ପୁରୀ: ରେଳଧାରଣାରୁ ଆଜି ସନ୍ଧ୍ୟାରେ ଦୁଇ ଜଣ ଯୁବକ ଓ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ତୃପ୍ତିମୟୀ ସାହୁ (୨୧) ଓ ଯତୀନ ଶଙ୍କର ପାଢ଼ୀ (୨୩)।
/sambad/media/post_attachments/wp-content/uploads/2023/09/bded794a-b059-4659-bd9d-f5cdc03be831-768x1024.jpeg)
ସୂଚନା ଅନୁସାରେ ପୁରୀ ରେଳଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ ରେଳଧାରଣାରେ ଦୁଇ ଜଣ ଯୁବକ-ଯୁବତୀଙ୍କ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ଏହି ଘଟଣା ସଂପକରେ ଜିଆରପିକୁ ସୂଚନା ଦେଇଥିଲେ। ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିଥିଲା। ଏଥି ସହିତ ପୁଲିସ ମୃତଦେହ ପାଖରେ ପଡ଼ିଥିବା ଆଧାରକାର୍ଡ ଏବଂ ଅନ୍ୟ ସାମଗ୍ରୀ ଜବତ କରିଥିଲା। ପୁଲିସ କହିଛି ମୃତକମାନେ ତୃପ୍ତୀମୟୀ ସାହୁ ଓ ଯତୀନ ଶଙ୍କର ପାଢ଼ୀ। ଜିଆରପି ପୁଲିସ ଘଟଣାସ୍ଥଳରୁ ଜବତ କରିଥିବା ଆଧାରକାର୍ଡ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରରୁ ଜାଣିବାକୁ ପାଇଛି ଯେ, ମୃତକମାନେ କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର। ପୁଲିସ ମୃତକଙ୍କ ସଂପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଜବତ କାଗଜପତ୍ର କୋଟପାଡ଼ ଥାନାକୁ ପଠାଇ ଘଟଣାର ତଦନ୍ତ କରୁଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/ebed2252-2a2d-49c7-a971-cd597350870a.jpeg)