ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ ଜଣେ, ଗୁରୁତର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର-ଯଶିପୁର ରାସ୍ତାର ରାଞ୍ଚି-ବିଜୟବାଡା ୨୨୦ ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ସୂଚନା ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ତଥା ହାଟବାଦଡା ଫାଣ୍ଡି ଅନ୍ତର୍ଗତ ଗୋପାଳପୁର ଛକ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ୍ ଆରହିଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ଯେ ଜାମଦା ବ୍ଲକର ହେସଁଡା ପଞ୍ଚାୟତର ମାଟିଆଳି ଗ୍ରାମର ମାମୁଁ ଗିରିଶ ପାତ୍ର, ଭଣଜା ଗୁରୁପ୍ରସାଦ ପାତ୍ର ଏବଂ ଅନ୍ୟ ଜଣେ ଆରୋହୀ ଦାମୋଦର ପୂର୍ତ୍ତି ରାଇରଙ୍ଗପୁରରୁ ହାଟବାଦଡା ବାଇକରେ ଯାଉଥିବା ସମୟରେ ସାମନା ପଟୁ ବାଇକରେ ଆସୁଥିବା ବାଦାମପାହାଡ ଅଂଚଳର ଶିକ୍ଷକ ପବିତ୍ର ମୋହନ ମହାନ୍ତଙ୍କ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣକ ମୃତ୍ୟୁ ଘଟିଥିଲା।

ତେବେ ଅନ୍ୟ ଏକ ବାଇକରେ ଥିବା ଗିରିଶଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘଷଣା କରିଥିଲେ। ବାଇକରେ ଥିବା ଗିରିଶଙ୍କ ଭଣଜା ଗୁରୁପ୍ରସାଦ ପାତ୍ର(୮)ଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଇକ ଦୁଇଟି ଓଆର ୧୧ଜେ-୦୬୭୯ ଏବଂ ଓଆର-୧୧ଜେ ୬୨୩୬କୁ ହାଟବାଦଡା ଫାଣ୍ଡି ପୁଲିସ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛନ୍ତି । ଏନେଇ ଥାନାରେ କେସ ନଂ ୮୫/୨୨ ରେ ଏକ ମାମଲା ରୁଜ୍ଜୁ ହୋଇଛି ।

ସମ୍ବନ୍ଧିତ ଖବର