ଟ୍ରାକ୍ଟରକୁ ପିଟିଲା ଟ୍ରକ୍: ୨ ମୃତ

ନୂଆପଡ଼ା/କୋମନା : ନୂଆପଡ଼ା ଜିଲ୍ଲାର କୁରୁମପୁରୀ ୩୫୩ନଂ ଜାତୀୟ ରାଜପଥରେ ଶନିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟରକୁ ପଛରୁ ଟ୍ରକ୍ ଧକ୍କା ଦେବାରୁ ଟ୍ରାକ୍ଟରରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି।

ସୂଚନାମତେ, ଶନିବାର ରାତି ୧୨ଟାରେ ନୂଆପଡ଼ାରୁ କୋମନା ଏକ ଟ୍ରାକ୍ଟର ଯାଉଥିଲା। ଏହି ସମୟରେ ସିମେଣ୍ଟ ବୋଝେଇ ଏକ ଟ୍ରକ୍ ଟ୍ରାକ୍ଟରକୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ‌କୋମନା ଥାନା ପଣ୍ଡରାପଥର ଗାଁର ଭାଗରଥୀ ସତନାମୀ (୨୨) ଓ ଧୂମାଭଟା ଗାଁର କଲସିପ୍ ନିଆଲ (୩୦)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ। ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଏନେଇ ପୁଲିସ୍ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର