ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମହିଳା କନେଷ୍ଟବଳଙ୍କ ସମେତ ୨ ମୃତ

ପୁରୀ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ବୀରଗୋବିନ୍ଦପୁର ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା କନେଷ୍ଟବଳଙ୍କ ସହିତ ଯୁବକ ମୃତ୍ୟୁବରଣ କରିଛନ୍ତି। ତେବେ ବାଇକରେ ଥିବା କନେଷ୍ଟବଳଙ୍କ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ ଏକ ବାଇକରେ କୋଣାର୍କ କୋର୍ଟର କନେଷ୍ଟବଳ ସୁଷମା ମିଶ୍ର, ତାଙ୍କ ପୁଅ ଚିନ୍ମୟ ପ୍ରସାଦ ଆଚାର୍ଯ୍ୟ ଓ ସାକ୍ଷୀଗୋପାଳ ହୋତାସାହିର ସୂର୍ଯ୍ୟକାନ୍ତ ସାହୁ ପୁରୀରୁ ସାକ୍ଷୀଗୋପାଳ ଆଡକୁ ଯାଉଥିଲେ। ତେବେ ବୀରଗୋବିନ୍ଦପୁର ପାଖ ଏକ ପେଟ୍ରୋଲ ଟାଙ୍କି ପାଖରେ ଥିବା ଏକ ଟ୍ରକକୁ ଏମାନେ ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏହି ଦୁର୍ଘଟଣାରେ ସୁଷମା ଓ ସୂର୍ଯ୍ୟକାନ୍ତଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡିଯାଇଥିଲା। ଚିନ୍ମୟଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର