ଦୁର୍ଘଟଣାରେ ୨ ମୃତ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗଞ୍ଜାମ ଥାନା ଅଧୀନ ବେଣୀଗୌରୀ ଗ୍ରାମ ନିକଟରେ ସୋମବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇ ସଂପର୍କୀୟ ଭାଇଙ୍କ ଜୀବନ ନେଇଛି। ମୃତକମାନେ ହେଲେ, ଖଟିଆରାମଚନ୍ଦ୍ରପୁର ଗ୍ରାମର ରଞ୍ଜନ ଦାଶ ଓ ଶିଶିର ଦାଶ। ଉଭୟ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବା ଲାଗି ଅନଲାଇନରେ ଟ୍ରେନ୍ ଟିକେଟ୍ କରିବାକୁ ସନ୍ତୋଷପୁର ଗ୍ରାମକୁ ଆସିଥିଲେ। ସେଠାରୁ ଗାଁକୁ ଫେରୁଥିବା ସମୟରେ ବାଇକ୍ ରାସ୍ତାପାର୍ଶ୍ବ କଲଭର୍ଟରେ ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା।

ସମ୍ବନ୍ଧିତ ଖବର