ପିକ୍‌ନିକ୍‌ ହେଲା କାଳ: ଦୁର୍ଘଟଣାରେ ମା’-ପୁଅ ମୃତ

ଭୁବନେଶ୍ୱର: ମା’-ପୁଅଙ୍କ ପାଇଁ ପିକ୍‌ନିକ୍‌ କାଳ ସାଜିଛି। ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାର ଜଣାଶୁଣା ଝରଣା ‘ସାନଘାଗରା’ ଠାରୁ ଶୁକ୍ରବାର ସନ୍ଧ୍ୟାରେ ପିକ୍‌ନିକ୍‌ ସାରି ଭୁବନେଶ୍ୱର ଫେରୁଥିବା ବେଳେ ଢେଙ୍କିକୋଟସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ମା’-ପୁଅଙ୍କ ମୃତ୍ୟୁ ଘଟିଛି। ଟ୍ରାଭେରାରେ ଫେରୁଥିବା ପିକନିକ ଟିମ ଏକ ଟ୍ରକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମା’-ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣଙ୍କୁ କେନ୍ଦୁଝର ଜିଲ୍ଲାର ଘଟଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର