ଦୁର୍ଘଟଣାରେ ୨ ମୃତ

କେସିଙ୍ଗା : ଭୁବନେଶ୍ବରରୁ ଜୟପୁରକୁ ଯାଉଥିବା ଘରୋଇ ବସ୍‌ ଶ୍ରୀ ଜଗନ୍ନାଥ ଟ୍ରାଭେଲ୍ସ (ଓଡି୦୫ଏମ୍‌-୬୨୨୧) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଜୋଲକୋ ବୁଲାଣିରେ ସୋମବାର ଭୋର୍‌ ୫ଟାରେ ଓଲଟି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା‌ବେଳେ ୩୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ମୃତକ ମାନେ ହେଲେ ନବରଂଗପୁର ଶିକ୍ଷକ ଅରୁଣ ବେଜ୍‌ (୩୦) ଓ ମାଲକାନଗିରି ବୟଗୁଡ଼ାର ଯଶୋଦା କୁମାର (୨୪) । ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଗୁରୁତର ଅବସ୍ଥା ଗୁରୁତର ରହିଛି। ଜଣେ ଯାତ୍ରୀଙ୍କୁ ‌କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଜୋଲକୋ ବୁଲାଣିରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସମୟରେ ପ୍ରାତଃଭ୍ରମଣ କରୁଥିବା ଲୋକେ ଏହା ଦେଖିଥିଲେ। ସେମାନଙ୍କ ଠାରୁ ଖବର ପାଇ ପୋଲିସ ଓ ଅଗ୍ନଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋ‌କଙ୍କ ସହଯୋଗରେ ମୃତାହତଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ କେସିଙ୍ଗା ଓ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ବସ୍‌ର ଗତି କ୍ଷୀପ୍ର ଥିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣେ ଯାତ୍ରୀ କହିଛନ୍ତି। ତାଙ୍କ କହିବାନୁସାରେ, ବସ୍୍‌ଟି କେସିଙ୍ଗା ସହର ଛାଡ଼ିବା ପରେ ଗତି ବଢ଼ି ଯାଇଥିଲା। ପରେ ପରେ ବୁଲାଣିରେ ହଠାତ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଓଲଟି ପଡ଼ିଥିଲା।

ସମ୍ବନ୍ଧିତ ଖବର