ଗାଡ଼ି ଧକ୍କାରେ ୨ ମୃତ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ଗାଁ ଛକ ଠାରେ ଶନିବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ବୟ ହେଲେ ବାନ୍ଦୁପଲା ଗାଁର ଜଲନ୍ଧର ପରାଭୁଏ (୫୦) ଏବଂ ରବି କୁମ୍ଭାର (୩୮)। ଆହତ ଜଣକ ହେଲେ ସେହି ଗାଁର କେଟା ପୁଟେଲ (୩୦)। ପ୍ରକାଶ ଯେ, ଏକ ବାଇକରେ ଏହି ତିନିଜଣ ତାଙ୍କ ଗାଁରୁ ଇଚ୍ଛାପଡ଼ା ଗାଁ ଆଡ଼କୁ ଯାଉଥିଲେ। ସେହି ସମୟରେ ଏକ ଅଜଣା ଚାରିଚକିଆ ଗାଡ଼ି ଧକ୍କା ଦେଇଥିଲା। ମୁରିବାହାଲ ପୁଲିସ ଖବର ପାଇ ତିନି ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଂଟାବାଞ୍ଜି ଡାକ୍ତରଖାନା ପଠାଇଥିଲା। ଡାକ୍ତରଖ‌ାନାରେ ଜଲନ୍ଧର ଓ ରବିଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର କେଟାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର