ଇବ୍ଥର୍ମାଲ: ଝାରସଗୁଡ଼ା ଜିଲ୍ଲା ବନ୍ଧବାହାଲ ବେଲପାହାଡ଼ ରାସ୍ତା ସୁକ ପଟ୍ଟନାୟକ ଛକ ନିକଟରେ ଥିବା ଲେବଲ କ୍ରସିଂ ନିକଟରେ ଏକ ଟ୍ରକ୍ ବାଇକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ବାଇକ ଚାଳକ ଗୁରୁତର ହୋଇଛନ୍ତି। ବୁଧବାର ଅପରାହ୍ଣ ୪ଟା ବେଳେ ରାମପୁର ପତ୍ରାପାଲିରୁ ଶ୍ରୀକାନ୍ତ ଲୁହାର (୪୫) ତାଙ୍କ ଝିଆରୀ ପଦ୍ମତୋଳା ନାଗ(୨୪)ଙ୍କୁ ନେଇ ଟିଆରଏଲ୍ ଡାକ୍ତରଖାନା ଯାଉଥିଲେ। ଝିଆରୀ ବଞ୍ଜାରୀ ପଞ୍ଚାୟତ ଜୟବୁଡିଆ ଗ୍ରାମରେ ବିବାହ କରିଛନ୍ତି। ସେ ତାଙ୍କ ମଉସା ଶ୍ରୀକାନ୍ତଙ୍କ ଘରକୁ ଆସିଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ଜଣେ ବାଇକ ଚାଳକ ପ୍ରେମସାଗର ସାଙ୍କ ବାଇକ୍ (ଓଡି-୨୩ଏମ୍-୩୩୪୧)ରେ ଡାକ୍ତରଖାନା ଯାଉଥିଲେ। ଏହି ସମୟରେ ହେଲପର ନଥିବା ଏକ ଟ୍ରକ୍ (ଓଆର୍-୨୩ ସି -୭୯୦୧) ପାର୍କିଂ ପଟେ ଦ୍ରୁତବେଗରେ ଯାଉଥିବା ଅବସ୍ଥାରେ ବାଇକୁ ଧକ୍କା ଦେଇଥିଲା। ପଦ୍ମ ତୋଲା ଓ ଶ୍ରୀକାନ୍ତଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପ୍ରେମସାଗରଙ୍କୁ ଗୁରୁତର ଅବସ୍ଥାରେ ଟିଆରଏଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବେଲପାହାଡ ଓ ବନ୍ଧବାହାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଟ୍ରକ ଡ୍ରାଇଭର ଫେରାର୍ ହୋଇ ଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।
ବାଇକକୁ ଧକ୍କାଦେଲା ଟ୍ରକ୍, ୨ ମୃତ
/sambad/media/post_attachments/wp-content/uploads/2022/05/04eec4ed-b0f2-41b6-bc3c-a911bdb04648.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)