କାଲିମେଳା: ମାଲକାନଗିରି-କାଲିମେଳା ଥାନା ଅନ୍ତର୍ଗତ ପୋତାଖାଲ କଲୋନି ନିକଟରେ ଆଜି ଏକ କାର୍ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣା କାରଣରୁ ଘଟଣାସ୍ଥଳରେ ୨ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ ହେଲେ ଗଙ୍ଗା କବାସୀ ଓ ଲଚ୍ଛା ମାଢ଼ି।
ସୂଚନା ଅନୁସାରେ ଗଙ୍ଗା ଓ ଲଚ୍ଛା ନିଜ ସମ୍ପର୍କୀୟ ଘରକୁ ଯାଇ ଫେରୁଥିବା ବେଳେ ପୋତାଖାଲ ନିକଟରେ ବାଇକ ସହ କାର ମୁହାଁମୁହିଁ ଧକା ହୋଇଥିଲା।କାରଟି ଦ୍ରୁତଗତିରେ କାଲିମେଳା ଆଡୁ ମାଲକାନଗିରି ଅଭିମୁଖେ ଯାଉଥିବା ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ବାଇକଟି କାରର ଇଂଜିନ ଭିତରେ ପଶି ଯାଇଥିଲା। ବାଇକ୍ରେ ଦୁଇଜଣ ଯାକ କାର ଉପର ଦେଇ ପଛ ପଟକୁ ଛିଟିକି ପଡି ମୃତ୍ୟୁ ବରଣ କରିଥିଲେ। ଖବର ପାଇ କାଲିମେଳା ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଆମ୍ବୁଲାନ୍ସ ଯୋଗେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଦୁର୍ଘଟଣା ଘଟାଇବା ପରେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବାର ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/b6209852-7289-4518-82a4-c74ad4308701.jpg)