ଭୋଜି ଖାଇ ଯିବା ହେଲା କାଳ; ବାଇକ୍ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ଦାରିଙ୍ଗବାଡ଼ି: ଭୋଜି ଖାଇ ଯାଉଥିବା ବେଳେ ଏକ ବାଇକ୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ସାଲେଜୁ ଗ୍ରାମରେ। ଗ୍ରାମର ମଦଡ଼ା ପ୍ରଧାନଙ୍କ ପୁଅ ଚିଣ୍ଟୁ ପ୍ରଧାନ(୨୫), ଅଜିତ ପ୍ରଧାନଙ୍କ ପୁଅ ଅମ୍ପ ପ୍ରଧାନ(୨୦) ଓ ସୁଶାନ୍ତ ପ୍ରଧାନଙ୍କ ପୁଅ ସାଲୁ ପ୍ରଧାନ(୧୭) ଗୋଟିଏ ବାଇକ୍ ଯୋଗେ ସ୍ଥାନୀୟ ଟେରାବଡ଼ି ଗ୍ରାମରେ ଚାଲିଥିବା ଏକ ଭୋଜିରେ ଯୋଗ ଦେବା ପାଇଁ ଯାଉଥିଲେ। ବାଟରେ ସୁଲୁମା ଗ୍ରାମ ନିକଟ ବୁଲାଣିରେ ତାଙ୍କ ବାଇକଟି ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଏକ ଜିପ୍ ଯୋଗେ ଗୁରୁତର ଅବସ୍ଥାରେ ତିନି ଯୁବକଙ୍କୁ ଦାରିଙ୍ଗବାଡ଼ି ସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅମ୍ପ ଓ ସାଲୁଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ପରିବାର ଲୋକ ମେଡିକାଲରେ ପହଞ୍ଚିବା ପରେ ମେଡ଼ିକାଲ ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର