କେନ୍ଦୁଝର/ତେଲକୋଇ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ନିକଟ ୪୯ ନମ୍ବର ଜାତୀୟ ରାଜପଥର କାଇପୁର ପୋଲ ଉପରେ ଭାରସାମ୍ୟ ହରାଇ ଏକ ଟ୍ରକ୍‌ ଓଲଟି ପଡ଼ିବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ଟ୍ରକ୍‌ର ଡ୍ର‌ାଇଭର ଓ ହେଲ୍‌ପର୍‌ ବୋଲି ଜଣାପଡ଼ିଛି। ସେମାନଙ୍କ ପରିଚୟ ମିଳିନାହିଁ। ଏକ ୧୬ ଚକିଆ ଟ୍ରକ୍‌ (ଡବ୍ଲୁବି-୨୯-ସି-୩୫୭୯) ମାଲ ବୋଝେଇ କରି କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ କାଞ୍ଜିପାଣି ନିକଟ କାଇ‌ପୁର ପୋଲ ଉପରେ ଭାରସାମ୍ୟ ହରାଇ ପୋଲର ସୁରକ୍ଷାବାଡ଼ରେ ପିଟି ହେବା ପରେ ଓଲଟି ପଡ଼ିଥିଲା। ଡ୍ରାଇଭର ଓ ହେଲପେର ଗାଡ଼ି ତଳେ ଚାପି ହୋଇ ରହିଯାଇଥିଲେ। ଖବର ପାଇ କେନ୍ଦୁଝର ଦମକଳ ବାହିନୀ ଓ ଏନ୍‌ଏଚ୍‌ଏଆଇର ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ଶୁଆକାଟି ଫାଣ୍ଡି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।