ରାଇରଙ୍ଗପୁର/ବାଦାମପାହାଡ଼: ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ବାମନଘାଟୀ ଉପଖଣ୍ଡରେ ସିରିଜ୍ ଦୁର୍ଘଟଣା ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଏହି ରାଜପଥରେ ୮ ଦିନ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ହୋଇସାରିଛି।

Advertisment

ସୂଚନା ଅନୁ୍ୟାୟୀ ବାଦାମପାହାଡ଼ ଥାନା ଅର୍ନ୍ତଗତ ରାଂଚି-ବିଜୟୱାଡ଼ା ୨୨୦ ନଂ ଜାତୀୟ ରାଜପଥର ଦଲକି ନିକଟରେ ଦେଓଗାଁ ଗ୍ରାମର ସେକ୍ ଆତାଉଲ୍ଲାଙ୍କ ସ୍ତ୍ରୀ ସାଲେହା ବିବି(୨୬)ଙ୍କୁ ପଡୋଶୀ ଜିଲ୍ଲା କେନ୍ଦୁଝରରୁ ଡାକ୍ତରୀ ପରୀକ୍ଷା ପରେ ଘରକୁ ଫେରୁଥିବା ସମୟରେ ଦଲକି ନିକଟରେ ବାନ୍ତି କରିବା ପାଇଁ ରାସ୍ତା କଡରେ ଛିଡ଼ା ହୋଇଥିବା ସମୟରେ ଯଶିପୁର ପଟୁ ଆସୁଥିବା ଏକ କାର୍ (ଓଡି-୦୨ଏୱାୟ-୮୯୮୯) ଧକ୍କା ମାରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ ଯେ ସାହେଲା ୫ ମାସର ଗର୍ଭବତୀ ଥିଲେ। ବାଦାମପାହାଡ଼ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିସୟାଳୟକୁ ପଠାଇଛି। ସେହିପରି ୨୨୦ ନଂ ଜାତୀୟ ରାଜପଥର ପ୍ରଥମ ଦୁର୍ଘଟଣା ଘଟାଇଥିବା ସ୍ଥାନର ୨୦୦ ମିଟର ପୂର୍ବରୁ ଦଲକି ନିକଟରେ ବାଦାମପାହାଡ଼ ଥାନା ଅନ୍ତର୍ଗତ ଯରଦା କୋଲନୀ ସାହିର ଗୋପୀନାଥ ପାତ୍ରଙ୍କ ପୁଅ ଡାକ୍ତର ପାତ୍ର(୩୦) ରାସ୍ତାକଡ଼ରେ ଛିଡ଼ା ହୋଇ ମୋବାଇଲରେ କଥା ହେଉଥିବା ସମୟରେ ସେହି ସମାନ କାର୍ (ଓଡି-୦୨-ଏୱାୟ-୮୯୮୯) ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ବାଦାମପହାଡ଼ ପୁଲିସ୍ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଏନେଇ ବାଦାମପାହାଡ ଥାନାରେ ମାମଲାରେ ରୁଜୁ ହୋଇଛି।

ସୂଚନାଯୋଗ୍ୟ ଯେ ଗତ ୮ ଦିନ ମଧ୍ୟରେ ବାମନଘାଟୀ ଉପଖଣ୍ଡର ୨୨୦ ନଂ ଜାତୀୟ ରାଜପଥର ବାମନଘାଟୀ ଉପଖଣ୍ଡର ବିଭିନ୍ ସ୍ଥାନରେ ୧୧ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।