ସୋର: ଗୋପାଳପୁର-ବାଲେଶ୍ଵର ରାସ୍ତା ନିମଗୋହିରୀ ଛକ ନିକଟରେ କାର ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ ଆରୋହୀ ଦୁଇଜଣଙ୍କର ମୃତ୍ୟୁ ହୋଇ ଥିବାର ଜଣାପଡ଼ିଛି। ମୃତ ବାଇକ୍‌ ଚାଳକ ହେଲେ ପଦ୍ମନାଭ ଆଚାର୍ଯ୍ୟଙ୍କ ପୁଅ ପରେଶ ଆଚାର୍ଯ୍ୟ(୪୩)। ଅନ୍ୟ ଜଣେ ହେଲେ ପଣ୍ଡାହରିପୁର ଗ୍ରାମର ନରହରି ସାହୁ (୫୪)।

Advertisment

ସୂଚନା ଅନୁସାରେ ଦୁଇ ବାଇକ ଆରୋହୀ ଗୋପାଳପୁର ଆଡୁ ଏକ ବାଇକରେ ଯାଉଥିବା ବେଳେ ନିମଗୋହିରୀ ଛକରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ବାଇକ୍‌ ଆରୋହୀ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଗୋପାଳପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସି ଥିଲେ। ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଗୋପାଳପୁର ଥାନା ପୁଲିସ ହସ୍ପିଟାଲରେ ପହଂଚି ମାମଲା ରୁଜୁକରି ତଦନ୍ତ କରୁଛି। ଏପଟେ ଦୁର୍ଘଟଣା ଘଟାଇ କାରଟି ଫେରାର ହୋଇଯାଇଛି।।