ବଅଁରପାଳ/ଓଡ଼ାପଡ଼ା : ବାର୍ହା ଶିକାର ପାଇଁ ବେଆଇନ୍ ଭାବେ ବସାଇଥିବା ଜୀବନ୍ତ ବିଦ୍ୟୁତ୍ ତାର ଫାଶ ଆଜି ୨ ଜଣଙ୍କ ପ୍ରାଣ ନେଇଛି। ଏହି ଦୁଇଜଣ ହେଲେ, ବଅଁରପାଳ ବ୍ଲକ ଟେଣ୍ଟୋଲୋଇ ଗାଁର ଶୁକଦେବ ନାୟକ(୨୭) ଓ ହିନ୍ଦୋଳ ବ୍ଲକ ରକଲା ଗାଁର ଜ୍ୟୋତିଷ ନାୟକ(୨୨) । ଶୁକଦେବ ଆଜି ତାଙ୍କ ଶ୍ବଶୁରଘର ହିନ୍ଦୋଳ ବ୍ଲକ ରକଲା ଗାଁକୁ ଆସିଥିଲେ। କୌଣସି କାମରେ ସେଠାରୁ ସେ ରକଲା ଗାଁର ଜ୍ୟୋତିଷଙ୍କ ସହିତ ତାଳବାହାଳିକୁ ଯାଇଥିଲେ। ବିଳମ୍ବିତ ସନ୍ଧ୍ୟାରେ ଉଭୟେ ଏକ ବାଇକ୍ରେ ଝାଡ଼ୁବେରଣୀ ପାହାଡ଼ ତଳ ଜଂଗଲିଆ ରାସ୍ତା ଦେଇ ଫେରୁଥିବା ବେଳେ ବାର୍ହା ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ ତାର ଫାଶରେ ପଡ଼ି ଯାଇଥିଲେ। ରାସ୍ତା ଅନ୍ଧାର ଥିବାରୁ ସେମାନେ ଫାଶକୁ ଦେଖି ପାରିନଥିଲେ। ବିଦ୍ୟୁତ ଆଘାତରେ ଘଟଣାସ୍ଥଳରେ ଜ୍ୟୋତିଷଙ୍କର ମୃତ୍ୟୁ ଘଟିଥିଲା। ଅପରପକ୍ଷରେ ଗୁରୁତର ଅବସ୍ଥାରେ ଶୁକଦେବଙ୍କୁ ହିନ୍ଦୋଳ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କଣ୍ଟାବଣିଆ ପୁଲିସ୍ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଚଳାଇଛିି। ଆସନ୍ତାକାଲି ମୃତକଙ୍କ ଶବ ବ୍ୟବଚ୍ଛେଦ କରିବ ବୋଲି ଜଣାପଡ଼ିଛି।
ବାର୍ହା ଫାଶ ନେଲା ୨ ଜୀବନ
/sambad/media/post_attachments/wp-content/uploads/2019/01/image-5.jpg)