ଗଛରେ ପିଟି ହେଲା ବାଇକ୍‌, ୨ମୃତ

ଉତ୍କେଲା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅନ୍ତର୍ଗତ ୨୬ନଂ ଜାତୀୟ ରାଜପଥ କୋକୋମୁଣ୍ଡା ଗ୍ରାମର ପେଟ୍ରୋଲ ପମ୍ପ ସାମ୍‌ନାରେ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ବୟ ସମ୍ବଲପୁରର ନିଶାନ୍ତ ଦାଶ, ଟିଟିଲାଗଡ଼ର ଓମପ୍ରକାଶ ସରାଫ ବୋଲି ସେମାନଙ୍କ ପର୍ସରୁ ମିଳିଥିବା ପରିଚୟପତ୍ରରୁ ଜଣାପଡ଼ିଛି। ଗୁରତର ଜଣକ ଧର୍ମଗଡ଼ ଥାନା ବେହେରା ଗ୍ରାମର ଅଶୋକ ନାଏକ ବୋଲି ଜଣାପଡ଼ିଛି।

ଭବାନୀପାଟଣା ଠାରୁ କେସିଙ୍ଗା ପଟେ ୩ ଜଣ ଯୁବକ ବାଇକ୍‌ (ଓଡି୧୫ଏଲ୍‌-୧୨୫୫)ରେ ଯାଉଥିଲେ। ରବିବାର ରାତି ୮ଟାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ତାଳ ଗଛକୁ ବାଇକ୍‌ ଚାଳକ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। କେସିଙ୍ଗା ଥାନା ଓ ଉତ୍କେଲା ଫାଣ୍ଡି ପୁଲିସ ପହଞ୍ଚି ମୃତ ଶରୀରକୁ ଜବତ କରିବା ସହିତ ଗୁରୁତର ଥିବା ବ୍ୟକ୍ତିଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରିଛି। ଦୁର୍ଘଟଣା ଏତେ ଜୋର୍‌ରେ ହୋଇଥିଲା ଯେ ଜଣଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଯାଇଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି କେସିଙ୍ଗା ଏସ୍‌ଆଇ ସୋନାଲିସା ବିଶ୍ୱାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର