ଯାତ୍ରା ଦେଖିବାକୁ ଯାଇ ଫେରିଲେନି: ବାଇକ୍ ଦୁର୍ଘଟଣାରେ ୨ ମୃତ

ସୋର : ଶନିବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ସୋର-କୁପାରି ରାସ୍ତା ନଦୀ ଗାଁ ପଞ୍ଚାୟତ କାନପୁରଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ନାବାଳକ ଓ ଆଉ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମଧୁସୂଦନପୁର ପଞ୍ଚାୟତ ବଇଁଶୀଖାର୍ଜି ଗ୍ରାମର ରଘୁନାଥ ସିଂଙ୍କ ପୁଅ ଚନ୍ଦନ ସିଂ(୧୯) ଓ କାନପୁର ଗ୍ରାମର ବାବୁଲି ସିଂଙ୍କ ପୁଅ ବାୟା ସିଂ(୧୩) ଯାତ୍ରା ଦେଖିବାକୁ ଯିବେ କହି ଘରୁ ବାହାରି ଯାଇଥିଲେ। ହେଲେ, ଯାତ୍ରା ଦେଖିଯିବା ସେମାନଙ୍କ ପାଇଁ କାଳ ହୋଇଥିଲା। ରବିବାର ସକାଳେ ସେମାନଙ୍କ ମୃତଦେହ ରାସ୍ତାରେ ପଡ଼ିଥିବା ଖବର ପାଇଥିଲେ ପରିବାର ଲୋକେ। ଉଭୟଙ୍କ ପରିବାର ସେଠାରେ ପହଞ୍ଚିଥିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ସୋର ପୁଲିସ ପହ‌ଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଏ ନେଇ ୧୧୬/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା କହିଛି ପୁଲିସ।

ସମ୍ବନ୍ଧିତ ଖବର