ଚମ୍ପୁଆ : ଚମ୍ପୁଆ ଥାନା ଅଧୀନ ଜଡ଼ିପଦା ଗ୍ରାମର ୨ଜଣ ଯୁବକ ଗତକାଲି ରାତିରେ ଚମ୍ପୁଆରୁ ଫେରୁଥିବା ବେଳେ ମଥୁରାପୁର ବୁଲାଣି ନିକଟରେ ବାଇକ୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ଉଭୟଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ରାମ ପୂର୍ତ୍ତି(୨୨) ଓ ମିଥୁନ ଚାତାର(୪୨)।
ବାଇକ ଗଛରେ ପିଟି ହେବାରୁ ଉଭୟ ବିଲ ଭିତରକୁ ଛିଟିକି ପଡ଼ିଥିଲେ। ଗୁରୁବାର ସକାଳେ ମଥୁରାପୁର ଗ୍ରାମର ଲୋକେ ବିଲକୁ ଯାଉଥିବା ବେଳେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବ​ଚ୍ଛେଦ ପାଇଁ ପଠାଇଥିଲା। ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଦୁହିଁଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ପୁଲିସ ଜବତ କରିଛି। ଚମ୍ପୁଆ ଥାନାରେ କେସନମ୍ବର ୧୩୧/୨୨ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/accident-bike.jpg)