ଗଛରେ ପିଟି ହୋଇ ଦୁଇ ମୃତ

ଫୁଲବାଣୀ : ଫୁଲବାଣୀ ପବିଙ୍ଗିଆ ଛକ ନିକଟରେ ଗଛ ଦେହରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଦୁଇ ଜଣ ହେଲେ ଫୁଲବାଣୀ ସଦର ଥାନା ମାଝିପଦର ଗ୍ରାମର ସମ୍ପର୍କୀୟ ଭାଇ ଚିତ୍ତ ରଞ୍ଜନ ବେହେରା(୪୦) ଓ ଦୀପକ ବେହେରା(୧୯) । ସୂଚନା ମୁତାବକ ରାତି ୯ଟା ବେଳେ ମୃତ ଚିତ୍ତରଞ୍ଜନ ସମ୍ପର୍କୀୟ ଭାଇ ଦୀପକକୁ ବାଇକରେ ବସାଇ ଫିରିଙ୍ଗିଆ ଥାନା କେଲାପଡ଼ା ଶ୍ୱଶୁର ଘରକୁ ଯାଉଥିଲେ । ହେଲେ ଅସାବଧାନତାରୁ ବାଇକଟି ଗଛ ଦେହରେ ପିଟି ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରଥିବା ବେଳେ ମୃତକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର