ବାଇକ୍‌-ଅଟୋ ମୁହାଁମୁହିଁ: ଦୁଇ ମୃତ

ଭଂଜନଗର : ଭଂଜନଗର-ବେଲଗୁଣ୍ଠା ରାସ୍ତା ଜାମପଲ୍ଲୀ ନିକଟରେ ଆଜି ଏକ ବାଇକ୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ ଆରୋହୀ ଭଂଜନଗର ଲଣ୍ଡେଇ ସାହିର ଗୋପାଳ ଚନ୍ଦ୍ର ରାଉଳ(୫୫) ଓ ଚାଳକ ଶିବପ୍ରସାଦ ବେହେରା(୩୮)ଙ୍କ ମୃତ୍ୟୁ ଘଟିଛି। ଅଟୋ ଚାଳକ ପ୍ରତାପ ବିଷୋୟୀ ବି ଗୁରୁତର ଅଛନ୍ତି। ତାଙ୍କୁ ଭଂଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଛି। ଗୋପାଳ ଓ ଶିବପ୍ରସାଦ ଏକ ବାଇକ୍‌ରେ ବେଲଗୁଣ୍ଠା ଯାଉଥବା ବେଳେ ଜାମପଲ୍ଲୀ ନିକଟରେ ବିପରୀତ ପଟୁ ଆସୁଥିବା ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଗୋପାଳ ପ୍ରାଣ ହରାଇଥିବା ବେଳେ ଆହତ ଶିବପ୍ରସାଦଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ଗୋପାଳ ସ୍ଥାନୀୟ ଲଣ୍ଡେଇ ସାହିରେ ରହୁଥିଲେ ଏବଂ କେନ୍ଦୁଲିଫରେ କିରାଣି ଭାବେ କାମ କରୁ ଥିଲେ। ଏନେଇ ଭଂଜନଗର ଥାନାରେ ଏକ ମାମଲା ରୁଜୁ ସହ ଅଟୋକୁ ଜବତ କରାଯାଇଛି। ଗୋପାଳଙ୍କ ଶବ ବ୍ୟବଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ଶିବଙ୍କ ଶବ ବ୍ୟବଚ୍ଛେଦ ଆସନ୍ତାକାଲି ହେବ।

ସମ୍ବନ୍ଧିତ ଖବର