କନ୍ଦରପୁର : କଟକ-ପାରାଦୀପ ରାସ୍ତାର କନ୍ଦରପୁର ଥାନା ଅନ୍ତର୍ଗତ ଫକିରପଡ଼ା ଛକ ନିକଟରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ଜୀବନ ଯାଇଛି। ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଛି। ବାଇକ୍ରେ ଯାଉଥିବା ଦୁଇ ଜଣଙ୍କୁ ସାମନା ପଟୁ ଏକ କାର୍ ଧକ୍କା ଦେବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ, ଜଗତସିଂହପୁର ଜିଲ୍ଲା ଜଇପୁର ଅଞ୍ଚଳର ବାସିନ୍ଦା ଶିବପ୍ରସାଦ ବାରିକ (୫୨) ଓ ବିହାର ଦରଭଙ୍ଗା ଅଞ୍ଚଳର ସଂଗୀତା ଦେବୀ (୩୫)। ଏମାନେ ଏକ ବାଇକରେ ଜଇପୁରରୁ କଟକ ଆଡ଼କୁ ଯାଉଥିବା ବେଳେ ସାମନା ପଟୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇ କିଛିବାଟ ଘୋଷାଡ଼ି ନେଇଥିଲା। ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକରେ ବସିଥିବା ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ବାଉଁଶ ବାନ୍ଧି କଟକ ପାରାଦୀପ ରାସ୍ତା ଅବରୋଧ କରିଥିଲେ। କନ୍ଦରପୁର ପୁଲିସ ଘଟଣା ସ୍ଥଳରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।
କାର ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ; ଫକିରପଡ଼ାରେ ଉତ୍ତେଜନା, ରାସ୍ତାରୋକ
/sambad/media/post_attachments/wp-content/uploads/2021/03/accident__3790060_835x547-m.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)