ବାର୍‌ହା ଶିକାର ପାଇଁ ବିଛାଯାଇଥିବା ତାରରେ ଲାଗି ୨ ମୃତ

ଢେଙ୍କାନାଳ : ଆଜି ସନ୍ଧ୍ୟାରେ ବାର୍‌ହା ଶିକାର ପାଇଁ ଜଙ୍ଗଲରେ ବସାଯାଇଥିବା ବିଦ୍ୟୁତ୍ ତାର ଫାଶରେ ପଡ଼ି ଦୁଇ ଜଣ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି। ମୃତକ ଦୁଇଜଣ ହେଲେ ବଅଁରପାଳ ବ୍ଲକ ଟେଣ୍ଟୋଲୋଇ ଗାଁର ଶୁକଦେବ ନାୟକ(୨୭) ଓ ହିନ୍ଦୋଳ ବ୍ଲକ ରକଲା ଗାଁର ଜ୍ୟୋତିଷ ନାୟକ(୨୨)।

ମିଳିଥିବା ସୂଚନାନୁଯାୟୀ, ଏହି ଦୁଇଜଣ ଆଜି ସନ୍ଧ୍ୟାରେ ଏକ ବାଇକ୍‌ରେ ଫେରୁଥିବା ବେଳେ ଜଙ୍ଗଲିଆ ରାସ୍ତାରେ ବାର୍‌ହା ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡିଯାଇଥିଲେ। ଜଙ୍ଗଲିଆ ରାସ୍ତାଟି ଅନ୍ଧାରୁଆ ହୋଇଥିବାରୁ ଫାଶକୁ ସେମାନେ ଦେଖିପାରି ନଥିଲେ। ଫଳରେ ବାର୍‌ହା ଫାଶରେ ପଡିଯିବାରୁ ବିଦ୍ୟୁତ୍‌ ଆଘାତରେ ଏହି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇଁ ପୁଲିସ ଘଟଣାସ୍ଥରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର