ପାଟଣା/ଦଶରଥପୁର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ମେଦିନିପୁର ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ କୁନ୍ତି ନାଏକ (୫୫)। ସୋମବାର ରାତିରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସାହାରପଡା ଫାଣ୍ଡି ଅଧିକାରୀ ଶିବଶଙ୍କର ଆଲଦା ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଟଣା ଡାକ୍ତରଖାନା ପଠାଇଛନ୍ତି।
ସେହିପରି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ତଥା ମଙ୍ଗଳପୁର ଥାନା ଦତ୍ତପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ଅଚ୍ୟୁତାନନ୍ଦ ଭୂୟାଁଙ୍କ ପୁଅ ଅନିଲ(୩୦)ଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ଅନିଲ ଗତକାଲି ଧାନ କିଆରିରେ କାମ କରୁଥିବା ବେଳେ ନିକଟସ୍ଥ ପୋଖରୀକୁ ଧୋଇହେବାକୁ ଯାଇଥିଲା। ହେଲେ ସେ ଗଭୀର ପାଣି ଭିତରେ ବୁଡ଼ି ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ପରେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଶବ ପାଣିରୁ ଉଦ୍ଧାର କରାଯିବା ସହିତ ମଙ୍ଗଳପୁର ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/dead-fff.jpg)