କୋଏଲ ନଦୀ ଝିରିପାଣି ପମ୍ପ ହାଉସ ଘାଟରେ ଅଘଟଣ: ଦୁଇ ମୃତ ଓ ଦୁଇ ନିଖୋଜ

ରାଉରକେଲା: କୋଏଲ ନଦୀର ଝିରିପାଣି ପମ୍ପ ହାଉସରେ ଆଜି ଅଘଟଣ ଘଟିଛି। ନଦୀରେ ଗାଧୋଇବା ସମୟରେ ୪ ଜଣ ନାବାଳକ ବୁଡ଼ି ଯାଇଛନ୍ତି। ଏମାନେ ସମସ୍ତେ ଭାଇ ଭାଇ। ତେବେ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକମାନେ ହେଲେ ରିଷୀ ସାହୁ (୧୧) ଓ କୁନାଲ ସାହୁ (୧୩)। କୌଶଲ ଓ ଆୟୁଷ ନିଖୋଜ ଅଛନ୍ତି।

ସୂଚନା ଅନୁସାରେ ଝିରିପାଣିରେ ରହୁଥିବା ସମ୍ପର୍କୀୟ ରମେଶ ସାହୁଙ୍କ ଘରକୁ ଝାଡ଼ଖଣ୍ଡରୁ ନିଜ ପିତାମାତାଙ୍କ ସହ ଆସିଥିଲେ ରିଷୀ ସାହୁ, ଆୟୁଷ ସାହୁ, କୁନାଲ ସାହୁ ଓ କୌଶଲ ସାହୁ। ଆଜି ଅପରାହ୍ନ ପ୍ରାୟ ୩ଟାରେ ୪ ଭାଇ କୋଏଲନଦୀର ଝିରିପାଣି ପମ୍ପ ହାଉସ ଘାଟକୁ ଗାଧୋଇବାକୁ ଆସିଥିଲେ। ସମସ୍ତେ ବୁଡିଯାଉଥିବା କିଛି ସ୍ଥାନୀୟ ଲୋକ ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ରିଷୀ ଓ ଆୟୁଷକୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସରକାରୀ ହସ୍ପିଟାଲ ପଠାଇଥିଲେ। ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ଅନ୍ୟ ଦୁଇଜଣ କୁନାଲ ଓ କୌଶଲ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଅଗ୍ନିଶମ ବିଭାଗର ଗୋଟିଏ ଟିମ ଉଭୟଙ୍କୁ ଖୋଜାଖୋଜି କରୁଥିଲେ ହେଁ କାହାର ସନ୍ଧାନ ମିଳିପାରିନାହିଁ।

ସମ୍ବନ୍ଧିତ ଖବର