ବିଷାକ୍ତ ମଦ ପିଇ ଯୁବକ ମୃତ

ସମ୍ବଲପୁର : ପୁଣି ବିଷାକ୍ତ ମଦ ପିଇ ଜଣଙ୍କର ମୃତ୍ୟୁ ହେବା ଘଟଣା ଏବେ ବରଗଡ଼ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ମୃତକ ଜଣଙ୍କ ଭଟଲି ଥାନା ଛୁର ଗ୍ରିଣ୍ଡୋଲା ଗ୍ରାମର ଚନ୍ଦ୍ରଭାନୁ ମେହେରଙ୍କ ପୁଅ ଦୁର୍ଯୋଧନ(୨୩) ବୋଲି ଜଣାପଡ଼ିଛି।

ତାଙ୍କ ପରିବାରଲୋକଙ୍କ କହିବା ମୁତାବକ, ମଙ୍ଗଳବାର ମଧ୍ୟାହ୍ଣ ପ୍ରାୟ ଗୋଟାଏ ବେଳେ ଦୁର୍ଯୋଧନ ମଦ ପିଇ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ତେବେ କିଛି ସମୟ ପରେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ହୋଇଛି। ବିଷ‌ାକ୍ତ ମଦ ଯୋଗୁଁ ଦୁର୍ଯୋଧନଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏନେଇ ବୁର୍ଲା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର