ହାତୀ ଆକ୍ରମଣରେ ୨ ମୃତ

ବଣାଇଁଗଡ଼/ବଡ଼ଗାଁ : ହାତୀ ଆକ୍ରମଣରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସଂଧ୍ୟାରେ ବଡ଼ଗାଁ ବ୍ଲକ୍ ଛାମୁଣ୍ଡା ଗ୍ରାମରେ ହାତୀ ଜଣେ ବୃଦ୍ଧାଙ୍କୁ ଦଳି ଚକଟି ମାରି ଦେଇଥିବା ବେଳେ ଗତ ରାତିରେ କୋଇଡ଼ା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଝିରପାଣି ଗ୍ରାମରେ ଜଣେ ବୃଦ୍ଧଙ୍କୁ କଚାଡ଼ି ମାରି ଦେଇଛନ୍ତି। ଆଜି ସଂଧ୍ୟାରେ ହତୀପଲ ଆକ୍ରମଣରେ ବଡ଼ଗାଁ ବ୍ଲକ୍‌ ଛାମୁଣ୍ଡା ଗ୍ରାମର ସୁଲ କିସାନ(୭୩)ଙ୍କ ମୃତ୍ୟୁ ହୋଇଛି। ସଂଧ୍ୟା ସାଢ଼େ ୫ଟା ସମୟରେ ଜଙ୍ଗଲ ପଟରୁ ୪ଟି ହାତୀ ସୁଲଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଭୟରେ ସୁଲ ଘରୁ ବାହାରି ଜୀବନ ରକ୍ଷା କରିବାକୁ ଉଦ୍ୟମ କଲାବେଳେ ହାତୀମାନେ ତାଙ୍କୁ ଶୁଣ୍ଢରେ ଟାଣି ନେଇ ଦଳି ଦେଇଥିଲେ। ସେହିପରି ବଣାଇଁ ବନଖଣ୍ଡ କୋଇଡ଼ା ରେଞ୍ଜ ଅନ୍ତର୍ଗତ ଝିରପାଣି ଗ୍ରାମରେ ହାତୀ ଆକ୍ରମଣରେ ଝିରପାଣି ଗ୍ରାମର ମନୋହରି ମୁଣ୍ଡା(୭୨)ଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର