କାଳବୈଶାଖୀରେ ଗଛ ପଡି ଚାଲିଗଲା ଦୁଇ ଜୀଵନ, ଚାଳ ଛପର ଉଡିବା ସହ ବ୍ୟାପକ ଫସଲ ନଷ୍ଟ

ଶେରଗଡ଼: ଆଜି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗ୍ରାମରେ ପବନ ଯୋଗୁଁ ଗଛ ପଡି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଘର ଭାଙ୍ଗିବା ସହ ବ୍ୟାପକ ପନି ପାରିବା ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ମୃତ ଦୁଇ ଜଣ ହେଲେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏବଂ କାହ୍ନା ପ୍ରଧାନ । ବ୍ରାହ୍ମଣଛାଇ ନୂଆସାହି ନିକଟରେ ଘଟିଛି ।
ଘଟଣା ପରେ ସ୍ଥାନୀୟ ଲୋକମାନେ ଗଛ କାଟି ଉଦ୍ଧାର କରାଯାଇଥିଲା । ଖବର ଲେଖା ହେବା ବେଳକୁ ଉଭୟଙ୍କୁ ହିଞ୍ଜିଳି ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ହିଞ୍ଜିଳି ଦମକଳ ବାହିନୀ ମଧ୍ୟ ପହଞ୍ଚିଛି । ସେହିପରି ଗାଁର ଶହ ଶହ ଏକର ଚାଷ ଜମିରେ ଲାଗିଥିବା କଞ୍ଚା କଦଳୀ, କଟକିପୋଟଳ, ତୋରଡ଼ା, ଆଖୁ ବାଇଗଣ ଭଳି ଲକ୍ଷ ଲକ୍ଷ ଟଙ୍କାର ପରିବା ବାଡ଼ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି । ରାଜସ୍ବ ବିଭାଗ ପକ୍ଷରୁ ତୁରନ୍ତ ସହାୟତା ପ୍ରଦାନ କ୍ଷେତ୍ରରେ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବୀ ହୋଇଛି । ତହସିଲଦାର ଡ ଦୟାସିନ୍ଧୁ ପରିଡା ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ବର୍ଗଙ୍କୁ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ଲେଖା ସହାୟତା ରାଶି ପ୍ରଦାନ କରିଛନ୍ତି ।
ସମ୍ବନ୍ଧିତ ଖବର