ବଜ୍ରାଘାତରେ ୨ ମୃତ

ଗୋପାଳପୁର/ ପୁରୁଷୋତ୍ତମପୁର : ବଜ୍ରାଘାତରେ ଆଜି ଦୁଇଟି ପୃଥକ୍‌ ସ୍ଥାନରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ ଶବ ଜବତ କରିଥିବା ବେଳେ ଆସନ୍ତା କାଲି ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଗୋପାଳପୁର ଥାନା ଲୁହାଝର ପଞ୍ଚାୟତ ସିନ୍ଦିଗାଁ ଗ୍ରାମର ଜଣେ ବୃଦ୍ଧ‌ା ଆର୍. ମୂତ୍ୟାଲୁ ରେଡ୍ଡି(୬୫)ଙ୍କ ବ୍ରଜାଘାତରେ ମୃତ୍ୟୁ ହୋଇଛି। ସେହିପରି ପୁରୁଷୋତ୍ତମପୁର ତହସିଲ୍‌ ଅଧୀନ ବାଘଳା-ନୂଆପଲ୍ଲୀ ରାସ୍ତାରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ହିଞ୍ଜିଳିକାଟୁ ବ୍ଲକ୍‌ ପୁଦିନାପଦର ପଂଚାୟତ ଦିଗାପଡ଼ା ଗ୍ରାମର ରଘୁନାଥ ନାହକଙ୍କ ପୁଅ ଗଣେଶ ନାହାକ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର