ବଜ୍ରପାତରେ ୨ ମୃତ

ପୁରୀ/ବାଲେଶ୍ବର : ଝିଅର ନିର୍ବନ୍ଧ ପାଇଁ ସମସ୍ତେ ଥିଲେ ଖୁସି। କେବଳ ପରିବାର ନୁହେଁ, ବନ୍ଧୁବାନ୍ଧବ, ସାହି ଭାଇ ବି ବେଶ ଖୁସିଥିଲେ। ଝିଅର ମାମୁଁ ତ ଖୁସିରେ ଗଦ୍‌ଗଦ୍‌ ହେଉଥିଲେ। ହେଲେ ବେଶୀ ସମୟ ରହିଲାନି ଖୁସି। ଲାଗିଗଲା କାଳର ନଜର। ହଠାତ୍‌ ଆକାଶରୁ ଖସିଲା ବଜ୍ର। ସମସ୍ତଙ୍କ ଆଖି ଆଗରେ ମାଡ଼ ହେଲା ମାମୁଁ ରବିନାରାୟଣ ସାହୁଙ୍କ ଦେହରେ। ସମସ୍ତେ ମିଶି ଡାକ୍ତରଖାନା ଟେକି ନେଲେ। ମାତ୍ର ରାସ୍ତାରେ ହିଁ ଚାଲିଗଲା ପ୍ରାଣ। ଏମିତି ଏକ ଦୁଃଖଦ ଘଟଣା ପୁରୀ ବାଲିଘାଇସ୍ଥିତ ନାରାୟଣୀ ମନ୍ଦିରରେ ଘଟିଛି।

ସୋମବାର ଦିନ ୧୦ଟା। ସମଗରାର ଜଣେ ଯୁବତୀଙ୍କର ଥିଲା ନିର୍ବନ୍ଧ। ପରିବାର ଲୋକେ, ସାହିପଡ଼ିଶା ଓ ବନ୍ଧୁବାନ୍ଧବମାନେ ମନ୍ଦିରରେ ପହଞ୍ଚି ଯାଇଥିଲେ। ବରପକ୍ଷ ବି ଆସିଥିଲେ। ସବୁଠି ଥିଲା ଖୁସିର ଲହରୀ। ଏହି ସମୟରେ ହିଁ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା।

ସେହିଭଳି, ବାଲେଶ୍ବର ଜିଲ୍ଲାରେ ଆଜି କାଳବୈଶାଖୀ ବର୍ଷାର ପ୍ରଭାବ ପଡ଼ିଛି। ପ୍ରବଳ ଝଡ଼ବର୍ଷା ଓ ଘଡ଼ିଘଡ଼ି ହୋଇଥିବା‌ ବେଳେ ଜଣେ ମହିଳା ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ସହଦେବଖୁଣ୍ଟା ଥାନା ଅଧୀନ ଦହପଡ଼ାସ୍ଥିତ ଏକ ଇଟାଭାଟିର ଶ୍ରମିକ ଭାବେ କାମ କରୁଥିବା ଝାଡ଼ଖଣ୍ଡ ସିଂହଭୂମ ଥାନା ଅଧୀନ କିଶାନପୁର ଗ୍ରାମନିବାସୀ ରୂପ୍‌ ସିଂଙ୍କ ପତ୍ନୀ ଗୋଧନି ସିଂ(୩୩)।

ସମ୍ବନ୍ଧିତ ଖବର