ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଶ୍ରମିକ ମୃତ,  ଟ୍ରାକ୍ଟର ଧରି ଚାଳକ ଫେରାର

ରାଇରଙ୍ଗପୁର: ଅଜଣା ଗାଡ଼ି ଧକ୍କାରେ ଦୁଇ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏଭଳି ଏକ ଦୁର୍ଘଟଣା ଘଟିଯାଇଛି ମୟୂରଭଂଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଗ୍ରାମ ଛକ ନିକଟରେ। ସୂଚନା ଅନୁଯାୟୀ, ଶନିବାର ରାତିରେ ରାଇରଙ୍ଗପୁରରୁ କାମ ସାରି ଦୁଇ ଜଣ ଶ୍ରମିକ ସାଇକେଲ ଯୋଗେ ନିଜ ଗାଁ ମହିଷକୁଦରକୁ ଫେରୁଥିଲେ। ତେବେ ଏକ ଅଜଣା ଟ୍ରାକ୍ଟର ବେପରୁଆ ଭାବେ ଅତି ଦ୍ରୁତଗତିରେ ଆସି ଲକ୍ଷ୍ମୀପୋଷି ଛକ ନିକଟରେ ଉଭୟଙ୍କୁ ପଛ ପଟୁ ଧକ୍କା ଦେଇ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଖସି ପଳେଇ ଯାଇଥିଲା, ଯାହାକି ସେଠାରେ ଥିବା ପ୍ରତକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି ।
ତେବେ ତୁରନ୍ତ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତ ଥିବା ଦୁଇ ଶ୍ରମିକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ଉଭୟ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁବରଣ କରିଥିବା ଶ୍ରମିକ ମାନେ ଜାମଦା ଥାନା ମହିସକୁଦର ଗ୍ରାମର ଶେଖର ପୂର୍ତ୍ତିଙ୍କ ପୁଅ ରେଙ୍ଗ ପୂର୍ତ୍ତି (୫୦) ଓ କୃପା ପୁର୍ତ୍ତି ଙ୍କ ପୁଅ ରାମଚନ୍ଦ୍ର ପୁର୍ତ୍ତୀ (୪୦) ବୋଲି ସୂଚନା ମିଳିଛି। ଲ ଖବର ପାଇ ଜାମଦା ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ  ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି। ତେବେ ଉଭୟ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଉଭୟ ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରଛନ୍ତି । ଏନେଇ ଜାମଦା ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି ।ଶବ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ସମ୍ବନ୍ଧିତ ଖବର