ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗ୍ରାମର ମେହେର ସାହିରେ ୨ଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୩ଜଣଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ସୂଚନା ଅନୁଯାୟୀ, ଚିକିଲି ଗ୍ରାମର ତିଳ ଜାନୀ(୩୦) ଓ ପାପଡାହାଣ୍ଡି ବ୍ଲକ ନାକଟିଗୁଡା ଗ୍ରାମର କାର୍ତିକ ଜାନୀ ଗତକାଲି ରାତିରେ ଏକ ବାଇକ୍ ଯୋଗେ ଝରିଗାଁର୍ୁ ନିଜ ଗାଁକୁ ଫେରୁଥିଲେ। ତେବେ ଚିକିଲି ଗ୍ରାମର ମେହେର ସାହିରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବାଇକ୍ ଚାଳକ ତିଳକ ଜାନୀ ଓ ଅନ୍ୟ ବାଇକ୍ ଚଳାଉଥିବା ଧୁମାମ୍ ଗ୍ରାମର ଜୟରାମ ସାନ୍ତା(୨୦)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ସେହିପରି ଉଭୟ ବାଇକ୍ରେ ଥିବା ୩ଜଣ ଆହତ ହୋଇଥିଲେ।
ଦୁର୍ଘଟଣାରେ ୨ମୃତ
/sambad/media/post_attachments/wp-content/uploads/2018/10/acc-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)