ସଡ଼କ ଦୁର୍ଘଟଣା: ମିନିଟ୍ରକ୍‌ ମୁହାଁମୁହିଁରେ ୨ ମୃତ, ଭ୍ୟାନ୍‌ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ଗଲା ଜୀବନ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରୁ କୋରାପୁଟ ଜିଲ୍ଲାର ଜୟପୁର ରାସ୍ତାର ଚାରବାହାଲ ନିକଟରେ ୨ଟି ମିନିଟ୍ରକ ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି। ସେହିପରି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଛକରେ ପିକ୍‌ଅପ୍‌ ଭ୍ୟାନ୍‌ରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର