ଦୁଇଟି ଦୁର୍ଘଟଣାରେ ଦୁଇ ମୃତ

ଦୁର୍ଘଟଣାରେ ଜଣେ ମୃତ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ନେଳିଆ ନିକଟରେ ଜାତୀୟ ରାଜପଥ-୧୬ର ଦୁଇଟି ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ ନେଳିଆ ପଞ୍ଚାୟତ ପଦଲାପୁର ଗ୍ରାମର ସିପୁନା ରାଉତ (୩୮) ଓ କଟକ ଗୋବିନ୍ଦପୁର ଗ୍ରାମର ସୁରେନ୍ଦ୍ର ସାହୁ(୪୮)।

ଶୁକ୍ରବାର ଦିନ ୧୬ ନମ୍ବର ଜାତୀୟ ରାଜପଥର ଛତିଆ ଚଟିଘର ନିକଟରେ ସିପୁନା ରାସ୍ତାପାର ହେଉଥିବା ବେଳେ ତାଙ୍କୁ ଏକ ମିନିଟ୍ରକ ଧକ୍କା ଦେଇଥିଲା। ସେହିପରି ଗତକାଲି ରାତିରେ ୧୬ ନମ୍ବର ଜାତୀୟ ରାଜପଥର ନେଳିଆଠାରେ ଥିବା ଏକ ପେଟ୍ରୋଲ ଟାଙ୍କିରୁ ସୁରେନ୍ଦ୍ର ତାଙ୍କ ବାଇକରେ ପେଟ୍ରୋଲ ପକାଇ ରାଜପଥକୁ ବାହାରି ଆସୁଥିଲେ। ଏହି ସମୟରେ ତାଙ୍କୁ କୌଣସି ଏକ ଗାଡ଼ି ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଛତିଆ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe