ଦୁର୍ଘଟଣାରେ ସମ୍ପର୍କୀୟ ଶଳା-ଭିଣୋଇ ମୃତ

ବାଲେଶ୍ୱର/ବେତନଟୀ/ବୈଶିଙ୍ଗା : ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧୀନ ଫୁଲାଡ଼ିଠାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ସମ୍ପର୍କୀୟ ଶଳା ଓ ଭିଣୋଇ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ବୈଶିଙ୍ଗା ଥାନା ଅଧୀନ ଲକ୍ଷ୍ମୀପୁରର ଭିଣୋଇ ରାମଚନ୍ଦ୍ର ଦଣ୍ଡପାଟଙ୍କ ପୁଅ ଇନ୍ଦ୍ରମଣି ଦଣ୍ଡପାଟ ଓରଫ କୁନା (୩୨) ଓ କଳମାର ସମ୍ପର୍କୀୟ ଶଳା ଗଣେଶ ମହାପାତ୍ରଙ୍କ ପୁଅ ପ୍ରଦୀପ ମହାପାତ୍ର ଓରଫ ଶଙ୍କରା (୨୮) ଏବଂ ଅନ୍ୟ ଜଣେ ସମ୍ପର୍କୀୟ ଭିଣୋଇ କଳମାର ରମେଶ ଦାସ (୩୯) ଏକ ମୋଟର ସାଇକେଲରେ ଘରକୁ ଫେରୁଥିଲେ। ଆସୁଥିବାବେଳେ ଏକ ଟ୍ରଲର ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଇନ୍ଦ୍ରମଣି ଓ ପ୍ରଦୀପଙ୍କର ମୃତ୍ୟୁ ହୋଇ ଯାଇଥିବାବେଳେ ରମେଶ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ଓ ପରେ କଟକ ସ୍ଥାନାନ୍ତର କରା ଯାଇଥିବାର ଜଣାପଡ଼ିଛି ।

ସମ୍ବନ୍ଧିତ ଖବର