ରାସ୍ତା ତଳକୁ କାର୍‌ ଖସି ୨ମୃତ

ବଡ଼ଗାଁ : ବୁଧବାର ଅପରାହ୍ନ ୪ଟା ସମୟରେ ବଡ଼ଗାଁ ଠାରୁ ୭କିମି ଦୂର ବାମରା ଯିବା ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା‌େର ୨ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସୂତ୍ରରୁ ଜଣାପଡ଼ିଛି ଯେ, ରାଇଡ଼ିହି ଗାଁର ଭବାନୀ ପୋଡ଼, ସୌମ୍ୟ ରଞ୍ଜନ ନାଏକ, ଚେମଠlପଡା ଗାଁର ନରେନ୍ଦ୍ର ସା ଓ ସର୍ଗିଡ଼ିହି ଗାଁର ବୀରେନ୍ଦ୍ର ନାଏକ ଓଡ଼ି-୧୫ଜେ ୫୪୫୩ ଏକ ଇକୋ ସ୍ପୋର୍ଟ୍ସ କାର୍‌ରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଏକ ପୋଲରେ ପିଟି ହେବା ସହିତ ରାସ୍ତାର ପ୍ରାୟ ୧୫ ଫୁଟ୍‌ ତଳେ ଥିବା ଗାତରେ ପଡି ଯାଇଥିଲା। ଫଳରେ ଗାଡିରେ ବସି ଥିବା ନରେନ୍ଦ୍ର ସା(୪୦) ଓ ବୀରେନ୍ଦ୍ର ନାୟକ(୩୫) ଘଟଣାସ୍ଥଳରେ ପ୍ରାଣ ହରାଇ ଥିଲେ। ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବଡ଼ଗାଁ ଡାକ୍ତରଖାନା ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ରାଉରକେଲାକୁ ନିଆଯାଇଛି। ଗାଡିଟି ସମ୍ପୂର୍ଣ୍ଣଭାବେ ଭାଙ୍ଗିରୁଜି ଯାଇଛି। ପୁଲିସ ଗାଡ଼ି ସହ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର