ବଲେରୋ ଧକ୍କାରେ ୨ ମୃତ

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍‌ ଦୁଲକିବନ୍ଧ ଛକଠାରେ ଶନିବାର ରାତି ପ୍ରାୟ ୧୦ଟାରେ ଏକ ବଲେରୋ ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବଡ଼କୁଟ୍ରୁ ଗାଁର ସୌରଭ ପଣ୍ଡା ଏବଂ ବିଜମରା ଗାଁର ପଦ୍ମନାଭ ରଣା। ଏ ଦୁହେଁ ରାତି ପ୍ରାୟ ୧୦ଟାରେ ବାଣ୍ଡିଗାଁରୁ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଉକ୍ତ ସ୍ଥାନରେ ବଲେରୋଟି ସେମାନଙ୍କୁ ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ପଦ୍ମନାଭଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ସୌରଭଙ୍କୁ ଜୁନାଗଡ଼ ଡାକ୍ତରଖାନାକୁ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର