ସଡ଼କ ଦୁର୍ଘଟଣାରେ ୨ ମୃତ

ସମ୍ବଲପୁର : ରବିବାର ରାତିରେ ସମ୍ବଲପୁର ଅଇଁଠାପାଲି ଥାନା ପାଞ୍ଚଗଛିଆ ଛକ ନିକଟରେ ହୋଇଥିବା ବାଇକ୍‌ ଦୁର୍ଘଟଣାରେ ବୁର୍ଲା ଡାକ୍ତରଖାନାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସମ୍ବଲପୁର ପରଦେଶୀପଡ଼ାର ମାନ୍‌ସୁ ପଟେଲ(୧୬) ଏବଂ ବରେଇପାଲି ପାଞ୍ଚଗଛିଆର ଦୀପକ ତିର୍କୀ ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ଛାତ୍ର ମାନ୍‌ସୁ ପଟେଲ ଓ ତାଙ୍କର ସାଂଗ କେଶବ ଅଗ୍ରଵାଲ ଏକ ବାଇକ୍‌ରେ ତୀବ୍ର ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଜଣେ ପଥଚାରୀ ଦୀପକ ତିର୍କୀଙ୍କୁ ଧକ୍କା ଦେବା ପରେ ଡିଭାଇଡର୍‌ରେ ପିଟି ହୋଇଥିଲେ। ଅଇଁଠାପାଲି ପୁଲିସ ସେମାନଙ୍କୁ ଉଦ୍ଧାର କରି ସଦର ଡାକ୍ତରଖାନାକୁ ନେଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବିଳମ୍ବିତ ରାତ୍ରିରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମାନ୍‌ସୁ ପଟେଲ ଏବଂ ଦୀପକ ତିର୍କୀଙ୍କ ମୃତ୍ୟୁ ଘଟିଛି। ବାଇକ୍ ଚାଳକ କେଶବ ଅଗ୍ରୱାଲ ଏବେ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର